ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ
sumanta swain | 15 Nov 2026 | 8 min read | 94 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ସ୍ଥିତ ହୋଟେଲ ଇଣ୍ଟରନ୍ୟାସନାଲ ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ଆଦିଦେବ ଏଣ୍ଟରଟେନମେଣ୍ଟ ର ବହୁ ପ୍ରତିକ୍ଷୀତ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସିଜନ - ୨ ର ଅଡିସନ ରାଉଣ୍ଡ l ପ୍ରଥମ ସିଜିନ ର ସଫଳତା ପରେ ଆଜିର ଏହି ଅଡିସନରେ କଟକ, ପୁରୀ, ଯାଜପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ପାରାଦୀପ ସମେତ ସୁଦୂର ବାଙ୍ଗାଲୋର ରୁ ପାଖାପାଖି ୭୦ ଜଣରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ l ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ କିଛି ପ୍ରତିଯୋଗୀ ମାନେ ଆସିବା ସମ୍ଭବ ହୋଇନଥିବା ରୁ ସେମାନେ ଅନଲାଇନରେ ନିଜର ଅଡିସନ ଦେଇଥିଲେ l ଆଦିଦେବ ଏଣ୍ଟରଟେନମେଣ୍ଟ ତରଫରୁ ଆୟୋଜିତ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଦ୍ଵିତୀୟ ସିଜିନ ର ଅଡିସନ ରେ ମୁଖ୍ୟ ବିଚାରକ ଭାବରେ ଯୋଗଦେଇଥିଲେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଫ୍ୟାସନ କୋରିଓଗ୍ରାଫର, ନିର୍ଦେଶକ, ଗୃମର,ସୁଧୀର କୁମାର ବାରିକ l ଏହି କାର୍ଯ୍ୟକ୍ରମକୁ ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ଡ଼ଃ.ବନ୍ଦିତା ଶୁଭଦର୍ଶିନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏହାକୁ ସଫଳ କରିବାରେ ଆଦିଦେବ ଏଣ୍ଟରଟେନମେଣ୍ଟ ପରିବାର ର ସମସ୍ତ ସଦସ୍ୟ ଏଥିରେ ସକ୍ରିୟ ସହଯୋଗ କରିଥିଲେ l ଆମ ଦେଶର କଳା, ଐତିହ୍ୟ ଓ ସଂସ୍କୃତି କୁ କିପରି ଯୁବବର୍ଗ ଙ୍କ ଦ୍ୱାରା ପ୍ରଚାର, ପ୍ରସାର ହେବ ଏବଂ କିପରି ନିଜର ଐତିହ୍ୟ ସଂସ୍କୃତି, ପାରମ୍ପରା କୁ ଉଜ୍ଜୀବିତ କରିବାରେ ଯୁବଗୋଷ୍ଠୀ ଜ୍ଞାନ ଅର୍ଜନ କରିବେ ଏହା ଆଦିଦେବ ଏଣ୍ଟରଟେନମେଣ୍ଟ ର ପ୍ରୟାସ ବୋଲି କହିଥିଲେ ଆଦିଦେବ ପରିବାର ର ଅଧ୍ୟକ୍ଷା ଡ଼ଃ.ବନ୍ଦିତା ଶୁଭଦର୍ଶିନୀ ପଟ୍ଟନାୟକ l ଠିକ ସେହିଭଳି ଆଜିର ଅଡିସନ ରେ ଭାଗ ନେଇଥିବା ପ୍ରତିଭା ମାନଙ୍କ ମଧ୍ୟରେ ରହିଥିବା ଦକ୍ଷତା, ସେମାନଙ୍କୁ ଆସନ୍ତାକାଲି ରାଜ୍ୟ ତଥା ଦେଶରେ ନିଜ ଲୁକ୍କାୟିତ ପ୍ରତିଭା ମାଧ୍ୟମରେ ଜଣେ ଜଣେ ଷ୍ଟାର ହୋଇପାରିବେ ବୋଲି କହିଥିଲେ ସୁନାମାଧନ୍ୟ କୋରିଓଗ୍ରାଫର ସୁଧୀର କୁମାର ବାରିକ l ଆସନ୍ତା ଜାନୁୟାରୀ ୨୩ ତାରିଖ ରେ ଜୟଦେବ ସଦନ ସମ୍ମୁଖ ପଡିଆରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଦିଦେବ ଏଣ୍ଟରଟେନମେଣ୍ଟ ର ବହୁ ପ୍ରତିକ୍ଷୀତ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସିଜିନ - ୨ ର ଫାଇନାଲ ଅନୁଷ୍ଠିତ ହେବାନେଇ ଆଦିଦେବ ପରିବାର ତରଫରୁ ସୂଚନା ଦିଆଯାଇଛି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

