ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ରଘୁନାଥପୁର ବ୍ଲକରେ ଭତ୍ତା ପ୍ରଦାନ କା୍ଯ୍ୟକ୍ରମ ଅନୁଷ୍ଠିତ । ବିଧାୟକ ଓ ବିଡିଓ ଙ୍କୁ ଘେରିଲେ ପିଆରଆଇ ମେମ୍ବର ସାଧାରଣ ଲୋକେ ।

sumanta swain | 14 Nov 2026 | 8 min read | 67 views

pozecon
News Prime Odisha
ରଘୁନାଥପୁର ( ଏନ. ପି.ଓ ) : ରଘୁନାଥପୁର ବ୍ଲକରେ ଶୁକ୍ରବାର ନୂତନ ଭତାପ୍ରଦାନ କାର୍ଯ୍ୟକ୍ରମ ବ୍ଲକ ସାମାଜିକ ସୁରକ୍ଷାଅଧିକାରୀଣୀ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗଦେଇ ନୂତନଭତ୍ତା ବଣ୍ଟନ କରିଥିଲେ । ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସାଂସଦ ପ୍ରତିନିଧି ଆଇନଜୀବୀ ଗଗନ ଚନ୍ଦ୍ର ଦାଶ,ବିଡିଓ ପ୍ରିତିଶ ଭୋଳ ଯୋଗଦେଇ ଲୋକମାନଙ୍କୁ ଭତ୍ତାବଣ୍ଟନ କରିଥିଲେ ।ମୋଟ ୧୨୧୦ ଜଣ ହିତାଧିକାରୀ ଙ୍କ ମଧ୍ୟରୁ କିଛି ହିତାଧିକାରୀ ଙ୍କୁ ଭତ୍ତାବଣ୍ଟନପରେ ଅନ୍ୟମାନଙ୍କୁ ନିଜନିଜ ପଞ୍ଚାୟତରେ ବଣ୍ଟନକରାଯିବ ବୋଲି ସେଠାରେ କୁହାଯାଇଥିଲା । ଫଳରେ ଦୂରଦୂରାନ୍ତରରୁ ଭତ୍ତାପାଇଁ ଆସିଥିବା ବୣଦ୍ଧବୣଦ୍ଧା ମାନେ ଫେରିଯାଇଥିବା ଦେଖିବାକୁ ମିଳିଥିଲା ।ଅନ୍ୟପକ୍ଷରେ ପଞ୍ଜାୟତ ସମିତି ନିୟମକୁ ବିଡିଓ ମାନୁନଥିବାରୁ ଓ ନିଜଇଛାରେ କାର୍ଯ୍ୟକରୁଥିବାରୁ ପିଆରଆଇ ମେମ୍ବର,ଅଧ୍ୟକ୍ଷା,ଉପାଧ୍ୟକ୍ଷା ଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକମାନେ ବିଡିଓ ଙ୍କୁ ସକାଳ ୧୦ଟା ଠାରୁ ଘେରାଉକରିଥିଲେ । ଠିକ ଏହି ସମୟରେ ବିଧାୟକ ଭତ୍ତାକାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସି ବ୍ଲକରେ ପହଞ୍ଚି ବିଡ଼ିଓ ଙ୍କ ରୁମରେ ପହଞ୍ଚିବାରୁ ସରପଞ୍ଚ ଓ ସାଧାରଣ ଲୋକ ଙ୍କ ବିରୋଧ ର ଶିକାର ହୋଇଥିଲେ । ଲୋକମାନେ ବିଧାୟକ ଙ୍କୁ ବିଭିନ୍ନ କଟୁକଥା କହିବା ସହ ଚୋରଚୋର ବୋଲି ନାରାଦେଇଥିଲେ ଏବଂ ଗାଳିଗୁଲଜ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।ଅପର ପକ୍ଷରେ ତରିକୁନ୍ଦ ପଞ୍ଚାୟତ ରେ ରାସ୍ତାକାର୍ଯ୍ୟ ଚାଲୁଥିବା ବେଳେ ବିଡ଼ିଓ ଉକ୍ତକାମକୁ ବିଧାୟକ ଙ୍କ କଥାରେ ପୋଲିସ ଲଗାଇ କାମ ବନ୍ଦକରିବାକୁ ନେଇ ତରିକୁନ୍ଦ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ବିଡିଓ ବିଧାୟକ ଙ୍କୁ ମଧ୍ୟ ଘେରିଥିବା ଦେଖିବାକୁ ମିଳିଥିଲା ଏବଂ ଯନ୍ତ୍ରୀ କହିଥିଲେ.କାର୍ଯ୍ୟ କରିବାପାଇଁ। କାର୍ଯ୍ୟ ଚାଲୁଥିବା ବେଳେକାହିଁକି ପୋଲିସ ଲଗାଇ ବନ୍ଦକରାଗଲା ବୋଲି ବିଡିଓ ଙ୍କୁ ପ୍ରଶ୍ନକରିଥିଲେ । ବିଡିଓ ବିଧାୟକ ଲୋକମାନଙ୍କ ଆଜିର ପ୍ରଶ୍ନ ବାଣରେ ଏକ ପ୍ରକାର ଅସହାୟ ହୋଇପଡିଥିଲେ । ଏହା କୁ ନେଇ ରଘୁନାଥପୁର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...