ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ
News Prime Odisha | 15 Nov 2026 | 6 min read | 143 views
News Prime Odisha
ନବରଙ୍ଗପୁର ( ଏନ. ପି.ଓ ) : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଦୁର୍ଘଟଣାକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ କଲେ ପରିବାର ଓ ଗ୍ରାମବାସୀ । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଲା ବସ୍ ଓ ମାଲବାହୀ ଟ୍ରକ୍ । ଶେଷରେ ଉମରକୋଟ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ଓ ଆଲୋଚନା ପରେ ହଟିଲା ରାସ୍ତା ଅବରୋଧ । ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନର ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ଯାତାୟାତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉମରକୋଟ ଥାନା ଅନ୍ତର୍ଗତ ପୂର୍ଲା ଛକ ଓ ବିଡ଼ିରୀ ଢାବା ନିକଟରେ। ମୃତକ ହେଉଛନ୍ତି ଧୋଡ୍ରା ପଞ୍ଚାୟତ ବିଡ଼ିରୀଗୁଡ଼ା ଗ୍ରାମର ୪୫ ବର୍ଷୀୟ କାର୍ତ୍ତିକ ଭତରା । ସୂଚନା ଅନୁଯାୟୀ, କାର୍ତ୍ତିକ ନିକଟସ୍ଥ ତେନ୍ତୁଳି ଗ୍ରାମର ଏକ ଧାନ ଜମିରେ କାମ ସାରି ଘରକୁ ଫେରୁଥିବା ସମୟରେ ମୁଖ୍ୟ ରାସ୍ତା ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାର ହେବା ପରେ ମୃତକଙ୍କ ପରିବାର ଓ ବିଡ଼ିରୀଗୁଡ଼ା ଗ୍ରାମବାସୀ କ୍ଷତିପୂରଣ ଦାବିରେ ଉମରକୋଟ-ନବରଙ୍ଗପୁର ରାଜ୍ୟ ରାଜପଥ ୩୯କୁ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା । ଖବର ପାଇ ଉମରକୋଟ ଥାନା ଆଇଆଇସି ଯୁଗଳ ଶବର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

