ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇ ରେଡ ଘଟଣା, ଦିର୍ଘ ୭ ଘଣ୍ଟା ର ଚଢାଉ ପରେ ମିଳିଲା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ

News Prime Odisha | 14 Nov 2026 | 6 min read | 75 views

pozecon
News Prime Odisha
ପାରାଦ୍ଵୀପ ( ଏନ. ପି.ଓ ) : ପାରାଦ୍ଵୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇ ରେଡ ଘଟଣା । ଦିର୍ଘ ୭ ଘଣ୍ଟା ର ଚଢାଉ ପରେ ମିଳିଲା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ । ସମସ୍ତ କାଗଜପତ୍ର ସିବିଆଇ ଟିମ୍ ଜବତ କରିବା ସହିତ ସାଙ୍ଗରେ ନେଇଯାଇଛି । ପାରାଦ୍ଵୀପ ରେ ଥିବା ଶ୍ରୀମନ ନାରାୟଣ ମିଶ୍ର ଙ୍କ କ୍ବାଟର ଏବଂ ତାଙ୍କ ଦ୍ବାରା ପରିଚାଳିତ କାନମାସ ନାଟ୍ୟ ସଂସ୍ଥା ର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଏଥିସହିତ ଏକକାଳୀନ ଶ୍ରୀମନଙ୍କ ଭୁବନେଶ୍ୱର ରଘୁନାଥପୁର ସ୍ଥିତ ଘର ଏବଂ କୁଜଙ୍ଗ ଓ ଏରସମା ତହସିଲ ଅଞ୍ଚଳରେ ତାଙ୍କର ଥିବା ଜମି ର ମଧ୍ୟ ଯାଞ୍ଚ୍ କରାଯାଇଛି । ପାରାଦ୍ଵୀପ ବନ୍ଦର ରେ ଚାକିରି ଆରମ୍ଭ କରିଥିବା ଶ୍ରୀମନ ନାରାୟଣ ମିଶ୍ର ବର୍ତ୍ତମାନ ପାରାଦ୍ଵୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଭାବେ କାମ କରୁଛନ୍ତି । ଏହି ବିଭାଗ ଅଧିନରେ ବନ୍ଦର ର ସମସ୍ତ ପଣ୍ୟ ପରିବହନ ଓ ଜାହାଜ ଚଳାଚଳ ନିୟନ୍ତ୍ରଣ ରହିଥାଏ । ତାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ବିଭିନ୍ନ ସମୟରେ ଅଭିଯୋଗ ହେବା ସହିତ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା । ଉଭୟ ବିଭାଗର ନିର୍ଦ୍ଦେଶ ରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ତେବେ ସିବିଆଇ ଟିମ୍ କେବଳ କାଗଜପତ୍ର ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିନାହିଁ । ରିପୋର୍ଟ ଯାଞ୍ଚ୍ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ର ସମ୍ଭାବନା ରହିଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...