ସୂର୍ଯ୍ୟମୁଖି ର ୩୫ତମ ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ।
sumanta swain | 14 Nov 2026 | 9 min read | 86 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ର ଅଗ୍ରଣୀ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନ ସୂର୍ଯ୍ୟମୁଖିର ୩୫ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି l ଗଣତନ୍ତ୍ରିକ ଚେତନା, କଳା, ସାହିତ୍ୟ, ସଂସ୍କୃତି, ସମାଜ ଚେତନା ଓ ପରିବେଶ ସୁରକ୍ଷାକୁ ମୂଳ ଲକ୍ଷକରି ଏହି ଅନୁଷ୍ଠାନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟକ୍ରମ କରିଆସୁଛି l କବୟିତ୍ରୀ ହାରାମଣି ମହାପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ଓ ଉଦବେଳନ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଶ୍ରମିକନେତା ବାବୁରାମ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଧୃବ ଚରଣ ମହାପାତ୍ର, କବିୟତ୍ରୀ ତୁଳସୀ ବରାଳ ପ୍ରମୁଖ ଯୋଗ ଦେଇ ପରିଣତ ବୟସରେ ପହଞ୍ଚିଥିବା ହାରାମଣୀ ମହାପାତ୍ର ସୂର୍ଯ୍ୟମୁଖି କୁ ବଞ୍ଚାଇ ରଖିଥିବାରୁ ସମସ୍ତ ଅତିଥି ମାନେ ତାଙ୍କୁ ସାଧୁବାଦ ଜଣାଇବାସହ ଦୀର୍ଘାୟୁ କାମନା କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯିବା ସହ ସମାଜରେ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚେତନାର ପ୍ରସାର ଦିଗରେ ଅନୁଷ୍ଠାନ ର ଦୀର୍ଘ ୩୫ବର୍ଷର ଅବଦାନକୁ ସ୍ମରଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଓ କବିୟତ୍ରୀ ମାନେ ନିଜ ସ୍ୱରଚିତ କବିତା ପାଠ କରିଥିଲେ l ମୈନାକ ସାହିତ୍ୟ ସଂସଦର ସମ୍ପାଦକ ନଗେନ୍ଦ୍ର ସ୍ୱାଇଁ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ପ୍ରତି ସମସ୍ତେ ସଚେତନ ରହିବାକୁ ଆହ୍ୱାନ ଦେବାସହ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କରିବାକୁ ନିବେଦନ କରିଥିଲେ l ସୂର୍ଯ୍ୟମୁଖି ର ସମ୍ପାଦକ ଡ଼ଃ. ରଶ୍ମିରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ବସନ୍ତ ବିଶ୍ୱାଳ ସୂର୍ଯ୍ୟମୁଖି କୁ ଆଗକୁ ନେବାକୁ ପ୍ରେରଣା ଦେଇଥିଲେ l କବି ଓ କବୟତ୍ରୀ ପ୍ରତିଭା ଦାସ, ପ୍ରେମଲତା ବାରିକ, ଉର୍ମିଳା ମହାନ୍ତି, ଲଷ୍ମୀପ୍ରିୟା ପାଳ, କଳ୍ପନା ବେହେରା, ଟୁନି ଖୋଜି, ଭାଗ୍ୟଶ୍ରୀ ପ୍ରଧାନ, ନଗେନ ପ୍ରଧାନ, ନିମାଇଁ ଚରଣ ପ୍ରଧାନ, ରବୀନ୍ଦ୍ର ନାଥ ଦାସ ପ୍ରମୁଖ ଆଜିର ସାମାଜିକ, ପାରିବାରିକ ଓ ପରିବେଶ ଉପରେ ନିଜ ନିଜ କବିତା ପାଠ କରିଥିଲେ l ଶେଷରେ ସମ୍ପାଦକ ଡ଼ଃ. ରଶ୍ମି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

