ଜିଲ୍ଲା ସ୍ତରୀୟ ଯୁବୋତ୍ସବ ୨୦୨୬ ଅନୁଷ୍ଠିତ
sumanta swain | 13 Nov 2026 | 16 min read | 15 views
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜିଲ୍ଲା ପ୍ରଶାସନ ଏବଂ ମାଇଁ ଭାରତ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୁବପିଢୀ ଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି କହିଥିଲେ । ପାଠ ପଢ଼ା ବ୍ୟତୀତ ଅନ୍ୟାନ୍ୟ ବିଷୟ ରେ ମଧ୍ୟ ଉପଯୁକ୍ତ ଦକ୍ଷତା ହାସଲ କରିବା ଉଚିତ ଏବଂ ନିଜକୁ ଜଣେ ସୁନାଗରିକ ଭାବେ ଗଢ଼ିବାକୁ ଉଦ୍ୟମ କରିବା ଜରୁରୀ ବୋଲି ସେ କହିଥିଲେ । ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାଜେଶ କୁମାର ସାହୁ, ଡେପୁଟି କଲେକ୍ଟର ମନୋଜ କୁମାର ସାହୁ ଉପସ୍ଥିତ ରହି ଯୁବପିଢୀ ଙ୍କୁ ସଫଳତା ଓ ଜୀବନ ଆଦର୍ଶ ର ଉପଦେଶ ଦେଇଥିଲେ ।ସଂସ୍କୃତି ଭବନ ପରିସର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଲୋକ ନୃତ୍ୟ, ଲୋକ ସଂଗୀତ, ଲୋକ ନାଟକ, ଚିତ୍ରାଙ୍କନ, କବିତା ଲିଖନ ଇତ୍ୟାଦି ବିଭାଗ ଗୁଡ଼ିକରେ ପ୍ରତିଯୋଗିତା ସମ୍ପନ୍ନ ହୋଇଅଛି । ଏହି ଯୁବ ଉତ୍ସବରେ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ରେ ୟୁଥ ରେଡ କ୍ରସ୍ ର ରାଜ୍ୟ କୋଅର୍ଡିନେଟର ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ଓତା ଯୁବ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୁବପିଢୀ ଙ୍କୁ ନିଜର କର୍ମ ମାଧ୍ୟମ ରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଶ୍ଟ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୁବ ସମାଜ କୁ ଦେଶ ପ୍ରଗତି ର ସାରଥି କହିବା ସହ ସେମାନଙ୍କର ସ୍ଵଭାବ, ଚରିତ୍ର ଓ ନୈତିକ ଗଠନ ନିମନ୍ତେ ଅଭିଭାବକ ତଥା ସମାଜ ର ଗୁରୁ ଦାୟିତ୍ଵ ଅଛି ବୋଲି କହିଥିଲେ। ସଠିକ୍ ଦିଗ ଦର୍ଶନ ପାଇଲେ ଯୁବଶକ୍ତି ପ୍ରଗତି ର ଗତିପଥ ବଦଳାଇ ପାରିବ ବୋଲି ସେ କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀ ଭରତ ଚନ୍ଦ୍ର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଜେଶ କୁମାର ସାହୁ, ଡେପୁଟି କଲେକ୍ଟର ମନୋଜ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ ଗିରି,NSS ସୁପରଭାଇଜର ବିଜୟିନୀ ପଢିଆରି, ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବ ବର୍ଗ ଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଜଗତସିଂପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଦଯାପନୀ ସମାରୋହ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସନ୍ଧ୍ୟା ର ଅତିଥି ମାନେ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ୪ ଜଣ ଏକକ ପ୍ରତିଯୋଗୀ ଓ ୬ ଗୋଟି ସାଂସ୍କୃତିକ ଦଳ ଜିଲ୍ଲାରୁ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଦଳ ଗତ ଲୋକ ନୃତ୍ୟ ରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର(ପ୍ରଥମ), ଶାରଳା ମହାବିଦ୍ୟାଳୟ(ଦ୍ବିତୀୟ), ଲୋକ ସଂଗୀତ ରେ ବାଲିକୁଦା ମହିଳା ମହାବିଦ୍ୟାଳୟ(ପ୍ରଥମ),ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର(ଦ୍ବିତୀୟ), ଲୋକ ନାଟକ ରେ ବାଣୀକ୍ଷେତ୍ର ନାଟ୍ୟ ପରିଷଦ(ପ୍ରଥମ), ପାରାଦ୍ୱୀପ ଡିଗ୍ରୀ କଲେଜ(ଦ୍ବିତୀୟ),କବିତା ଲିଖନ(ବ୍ୟକ୍ତିଗତ) ରେ ରାଜଲକ୍ଷ୍ମୀ ମହାପାତ୍ର(ପ୍ରଥମ), ପଲ୍ଲବୀ ପଣ୍ଡା (ଦ୍ବିତୀୟ), ଚିତ୍ରାଙ୍କନ(ବ୍ୟକ୍ତିଗତ) ରେ ସୌରଭ ନାୟକ(ପ୍ରଥମ), ଅଭିଲିପ୍ସା ଦାସ(ଦ୍ବିତୀୟ) ରାଜ୍ୟ ସ୍ତର କୁ ଉନ୍ନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ମାଇ ଭାରତ ର ଭଲ୍ୟୁଣ୍ଟୀଅର,ବିଚାରକ ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ। ଏହି ଉତ୍ସବ ରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରୁ ଆସିଥିବା ଯୁବ ପ୍ରତିଭା,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ ତଥା ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

