ଅଜଣା ଗାଡ଼ି ଧକ୍କାରେ ବାବୁରାମଙ୍କ ମୃତ୍ୟୁ, ସ୍ତ୍ରୀ ଗୁରୁତର, ଆଳସାହି ଗ୍ରାମରେ ଶୋକର ଛାୟା ।
sumanta swain | 09 Nov 2026 | 6 min read | 203 views
News Prime Odisha
ଅସ୍ତରଙ୍ଗ ( ଏନ. ପି.ଓ ) : ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଆଳସାହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଆଳସାହି ଗ୍ରାମର ଯୋଗେନ୍ଦ୍ର ବିଶ୍ୱାଳଙ୍କ ବଡ଼ ପୁଅ ବାବୁରାମ ବିଶ୍ୱାଳ ଗତକାଲି ନିଜ ସ୍ତ୍ରୀଙ୍କ ସହ ବାଇକ୍ ଯୋଗେ ପୁରୀରୁ ଘରକୁ ଫେରୁଥିଲେ। ଏହି ସମୟରେ ନୂଆନଈ ସେତୁ ନିକଟରେ ଏକ ଅଜଣା ଗାଡ଼ି ସହ ସେମାନଙ୍କ ବାଇକ୍ର ଧକ୍କା ହୋଇଥିଲା।ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପୁରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ବାବୁରାମଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ସ୍ତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।ବାବୁରାମଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଆଳସାହି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଦୁଃଖଦ ସମୟରେ ସ୍ୱରାଜ ୟୁଥ୍ କ୍ଲବ୍ର ସଦସ୍ୟମାନେ ମଧ୍ୟ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ବାବୁରାମଙ୍କ ଘରଠାରୁ ଶ୍ମଶାନ ପର୍ଯ୍ୟନ୍ତ ଶେଷଯାତ୍ରାରେ ସାମିଲ ହୋଇଥିଲେ।ନିଜ ପୈତୃକ ଗ୍ରାମ ଆଳସାହିରେ ବାବୁରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନେ ଗଭୀର ମର୍ମାହତ ହୋଇପଡ଼ିଛନ୍ତି।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

