ଜଗତସିଂହପୁର ଜିଲ୍ଲା କରାଟେ-ଡୋ ଆସୋସିଏସନ୍ ର ଧାରଣ ପରିଷଦ ବୈଠକ
sumanta swain | 08 Nov 2026 | 5 min read | 144 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଜଗତସିଂହପୁର ଜିଲ୍ଲା କରାଟେ-ଡୋ ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକ ପାରାଦୀପ ମଧୁବନଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠ।କରେ ଆସୋସିଏସନର ଆଇନ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ ସଂଜୟ କୁମାର ମିଶ୍ର ପୌରହିତ୍ୟ କରିଥିଲେ । ଜିଲ୍ଲାରେ କରାଟେ କୁ ବ୍ୟାପକ ଲୋକାଭିମୁଖୀ କରିବା ପାଇଁ ବୈଠକରେ ଯୋଗ ଦେଇଥିବା ବରିଷ୍ଠ କରାଟେ ପ୍ରଶିକ୍ଷକ ମାନେ ମତ ଦେଇଥିଲେ । ଆସୋସିଏସନ୍ ପଂଜୀକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଆସୋସିଏସନର ମୁଖ୍ୟ ପୃଷ୍ଠପୋଷକ ଭାବେ ପାରାଦୀପ ନଗରପାଳ ବସନ୍ତ ବିଶ୍ଵାଳ, ବରିଷ୍ଠ କ୍ରୀଡାବିତ୍ ଧୂନଚନ୍ଦ୍ର ତରାଇ, ସଭାପତି ଡ.ବିଭୂପ୍ରସାଦ ତରାଇ, ସାଧାରଣ ସମ୍ପାଦକ ସିହାନ ସଂଜୟ ଶାହା, ଟେକନିକାଲ ଡାଇରେକ୍ଟର କାହ୍ନୁ ମଲିକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବିଶ୍ଵାସ ଙ୍କ ସମେତ ଉପସଭାପତି, ସହ ସମ୍ପାଦକ ଆଦି ପାଇଁ କର୍ମକର୍ତା ମନୋନୟନ କରାଯାଇଥିଲା । ଆଇନ ପରାମର୍ଶଦାତା ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ ସଂଜୟ କୁମାର ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ କରାଟେ ପ୍ରଶିକ୍ଷକମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

