ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ❯❯ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ଯମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ ❯❯ ସମାଜର ଅମୂଲ୍ୟ ସମ୍ପଦ : ବରିଷ୍ଠ ନାଗରିକ ❯❯ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ ❯❯ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ❯❯ ଦିନରେ ଚରାଉଥିଲେ ଛେଳି ଓ ଘୁସୁରି , ଆଉ ରାତି ହେଲେ କବାଟ ତାଡି କରୁଥିଲେ ସୁନା ଓ ଟଙ୍କା ଲୁଟ୍ ❯❯ ବିଭିନ୍ନ ଦଫା ଦାବି ନେଇ ଗାଁ ସାଥି ସଙ୍ଘର ବୈଠକ, ଯୋଗଦେଲେ ୪ ଟି ଜିଲ୍ଲାର ଶତାଧିକ ଗାଁ ସାଥି ❯❯ ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ❯❯ କଂଗ୍ରେସର ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଅଭିଯାନ ତଥା ଚୌପାଲ ବୈଠକ ଅନୁଷ୍ଠିତ । ❯❯ ଆଦିଦେବ ଏଣ୍ଟରଟେନମେଣ୍ଟ ର ସିଜନ-୨ ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଡିସନ ❯❯

ପାରାଦୀପରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ : କୃତ୍ରିମ ବୁଦ୍ଧିମତ୍ତା ଉପରେ ୭୯ ଛାତ୍ରଛାତ୍ରୀଙ୍କୁ ସଚେତନତା

sumanta swain | 07 Nov 2026 | 10 min read | 68 views

pozecon
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ର ରୋଟାରୀ କ୍ଲବ୍ ପକ୍ଷରୁ ସ୍ଥାନୀୟ ଏନ୍‌.ଏ.ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ରୋଟାରୀ କନେକ୍ଟ ୩୬୦’ ନାମକ ଏକ ସାମୂହିକ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ ଆୟୋଜିତ ହୋଇଯାଇଛି । ଏହି ଅବସରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦକ୍ଷତା ବିକାଶ ଓ ଏହାର ସୁବିବେଚିତ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତାଲିମ ଓ ମାର୍ଗଦର୍ଶନ ଦିଆଯାଇଥିଲା । ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ୍)ର ମିଳିତ ସହଯୋଗରେ ତଥା ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌.ଏ.ସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ। ମୋଟ ୭୯ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି କୃତ୍ରିମ ବୁଦ୍ଧିମତ୍ତାର ବିଭିନ୍ନ ପ୍ରୟୋଗ, ଏହାର ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଭବିଷ୍ୟତରେ ଏହାର ଗୁରୁତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏହି ଅବସରରେ ପାରାଦୀପ ରୋଟାରୀ କ୍ଲବ୍ ର ସଭାପତି ରୋଟାରିଆନ୍ ଅକ୍ଷୟ ଚନ୍ଦ୍ର ସୁତାର, ସମ୍ପାଦକ ରୋଟାରିଆନ୍ କାଳୀ ପ୍ରସାଦ ମିଶ୍ର, ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଡ.ପ୍ରଶାନ୍ତ ମହାପାତ୍ର, ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର, ଦୀପକ ଷଡ଼ଙ୍ଗୀ, ରଣଜିତ ବୋମାଲି, ଡ.ଆଲୋକ ଲେଙ୍କା ଏବଂ ରୋଟାରିଆନ୍ ବିପ୍ଳବ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓକେସିଏଲ୍‌ର ତାଲିମ ସଂଯୋଜକ ଚୌଧୁରୀ ଶ୍ରୀକାନ୍ତ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଛାତ୍ରଛାତ୍ରୀଙ୍କୁ ଏଆଇର ମୌଳିକ ଧାରଣା ଓ ଏହାର ବିଭିନ୍ନ ଆଧୁନିକ ପ୍ରୟୋଗ ସମ୍ପର୍କରେ ବୁଝାଇଥିଲେ।
କାର୍ଯ୍ୟକ୍ରମର ସଫଳତା ଓ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ୍ ପକ୍ଷରୁ ଆଗାମୀ ଦିନରେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳର ଅନ୍ୟ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରାଯାଇଛି। ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଶିକ୍ଷା ଓ ଆଧୁନିକ ଜ୍ଞାନକୌଶଳ ସହ ପରିଚିତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କ୍ଲବ ର ସଭାପତି ଶ୍ରୀ ସୁତାର ସୂଚନା ଦେଇଛନ୍ତି l
ଶିକ୍ଷା, ଡିଜିଟାଲ୍ ସାକ୍ଷରତା ଓ ସାମାଜିକ ବିକାଶ ପ୍ରତି ରୋଟାରୀର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରିଛି । ଏହା ମାଧ୍ୟମରେ ଯୁବପିଢ଼ିଙ୍କୁ ଏଆଇ ଆଧାରିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ନୂତନ ଜ୍ଞାନକୌଶଳର ସୁଯୋଗ ଓ ଆହ୍ୱାନକୁ ସାମ୍ନା କରିବାକୁ ପ୍ରେରଣା ଦିଆଯାଇଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...