ଜେଏମ ବକ୍ସି କମ୍ପାନୀ ଅଧିକାରୀ ଅମିତ କୁମାର ଓଝା ଙ୍କ ହୃଦଘାତରେ ମୃତ୍ୟୁ
sumanta swain | 05 Nov 2026 | 3 min read | 144 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ସ୍ଥିତ ଜେଏମ ବକ୍ସି କମ୍ପାନୀର ମୁଖ୍ୟାଳୟରେ ଶାଖା-ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଅମିତ କୁମାର ଓଝା (୫୭) ଙ୍କ ବୁଧବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି l ସେ ଦୀର୍ଘ ୩୫ ବର୍ଷ ଧରି ଏଠାରେ କାର୍ଯ୍ୟ କରିଆସୁଥିଲେ l ପୂର୍ବରୁ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଏବେ ଦୁଇ ପୁଅ ଓ ବୃଦ୍ଧା ମା ରହିଛନ୍ତି l ସେ ଜଣେ ଭଦ୍ର ଓ ମେଳାପୀ ପ୍ରକୃତିର ବ୍ୟକ୍ତି ଥିଲେ l ତାଙ୍କ ବିୟୋଗରେ କମ୍ପାନୀର ସମସ୍ତ କର୍ମଚାରୀ ଙ୍କ ସମେତ ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

